ନୂଆଦିଲ୍ଲୀ: ଆଜି ଆଇଆଇଟି ଦିଲ୍ଲୀର ୫୧ତମ ଦୀକ୍ଷାନ୍ତ ସମାରୋହରେ ଭର୍ଚୁଆଲ୍ ଭାବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭୂତାଣୁ ସଂକ୍ରମଣ କାଳରେ ଟେକ୍ନୋଲୋଜି ମୁଖ୍ୟ ଭୂମିକା ନିର୍ବାହ କରିଛି ବୋଲୀ ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି, ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଭୂତାଣୁ ଅନେକ କିଛି ପରିବର୍ତ୍ତନ କରିଦେଲା। କରୋନା ଭୂତାଣୁ ପରେ ଦୁନିଆ ବହୁତ ବଦଳିଯିବ। ଆଉ ଏଥିରେ ସବୁଠାରୁ ବଡ଼ ଭୂମିକା ଟେକ୍ନୋଲୋଜିର ରହିବ। ଆଜି ଛାତ୍ରଛାତ୍ରୀମାନଙ୍କ ନିକଟରେ ଟେକ୍ନୋଲୋଜି ଶିକ୍ଷା ଲାଭ କରିବାର ସୁଯୋଗ ରହିଛି ଏବଂ କୃଷି ଓ ଅନ୍ତରୀକ୍ଷ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଓ ସମ୍ଭାବନା ଆସୁଛି। ଛାତ୍ରଛାତ୍ରୀମାନଙ୍କୁ ସମାଜକୁ ଆଗକୁ ନେବା ଲକ୍ଷ୍ୟ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସମାରୋହରେ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍-୧୯ ସାରା ଦୁନିଆକୁ ଗୋଟିଏ ଶିକ୍ଷା ଦେଇଛି। ଗ୍ଲୋବାଲାଇଜେସନ ମହତ୍ୱପୂର୍ଣ୍ଣ ଅଟେ। ହେଲେ ଏହା ସହ ଆତ୍ମନିର୍ଭରତା ମଧ୍ୟ ସେତିକ ମହତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନର ସଫଳତା ପାଇଁ ଏହା ଏକ ବହୁତ ବଡ଼ ଶକ୍ତି ବୋଲି ସେ କହିଛନ୍ତି



Visitors Today : 3
Total Visitors : 130426
Total Views : 9891957
Visitors Online Now : 0