ନୂଆଦିଲ୍ଲୀ: କରୋନା ଭୂତାଣୁଠାରୁ କିପରି ରକ୍ଷା ମିଳିବ ସେ ଦିଗରେ ଲୋକଙ୍କୁ ସରକାର ସଚେତନ କରାଉଛନ୍ତି। ଦେଶରେ ଲକଡାଉନ୍ ଲାଗୁ ହେବାଠାରୁ କରୋନା ଭୂତାଣୁକୁ ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ କଲର୍ ଟ୍ୟୁନ୍ସ ଶୁଣିବାକୁ ମିଳୁଛି। ଅନେକ ଦିନ ଧରି ଲୋକମାନେ ଫୋନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ଏବଂ କରୋନାରୁ ବର୍ତ୍ତିବାର କଲର ଟ୍ୟୁନ୍ ଶୁଣି ଆସୁଛନ୍ତି। ଜଣେ ମହିଳାଙ୍କ ସ୍ବରରେ ଏହି କଲର ଟ୍ୟୁନ ଶୁଣିବାକୁ ମିଳୁଥିଲା। ପରବର୍ତ୍ତୀ ସମୟରେ ତାହାକୁ ବଦଳାଇ ଦିଆଯାଇଛି। ଅମିତାଭ ବଚ୍ଚନଙ୍କ ସ୍ବରରେ ଏହି କଲର ଟ୍ୟୁନ୍ ଶୁଣିବାକୁ ମିଳୁଛି। ତେବେ ବର୍ତ୍ତମାନ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ସ୍ବରରେ ଶୁଣିବାକୁ ମିଳିଥିବା କଲର୍ ଟ୍ୟୁନ୍ ହଟାଇବା ପାଇଁ ଦାବି ହୋଇଛି। ଏ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0