ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ୍ ଗୋଚାଲାଣ ବନ୍ଦ ହେଉ ନାହିଁ। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିସଲପୁର ଛକ ନିକଟରେ ଏକ ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ୍ ରାସ୍ତା କଡ଼ରେ ଓଲଟି ପଡିବାରୁ ୪ଗୋରୁ ଗୁରୁତର ହୋଇଥିଲେ। ଏହି ଅଘଟଣ ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ସୁଚନା ମିଳିଛି। ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନକୁ ଏସକଟ କରୁଥିବା ଅନ୍ୟ ଗାଡ଼ିରେ ଥିବା ଲୋକେ ଅବଶିଷ୍ଟ ଗୋରୁଙ୍କୁ ନେଇ ପଳାଇବାକୁ ଅପଚେଷ୍ଟା କରି ବିଫଳ ହୋଇଥିବା ଜଣାଯାଇଛି। ଲୋକେ ପହଞ୍ଚିବାରୁ ସେମାନେ ଉକ୍ତ ଗାଡ଼ିଟି ଛାଡ଼ି ପଳାଇଥିଲେ। ଗାଡ଼ିଟି ଭଦ୍ରକରୁ ପଶ୍ଚିମବଙ୍ଗ ଯାଉଥିବା କୁହାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଖବର ପାଇ ଉକ୍ତ ଚୋରା ଗୋରୁ ବୋଝେଇ ପିକ୍ ଅପ ଭ୍ୟାନକୁ ଜବତ କରିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0