spot_img

ଭାରତକୁ କ୍ଷମା ମାଗିଲା କ୍ରିକେଟ ଅଷ୍ଟ୍ରେଲିଆ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଦର୍ଶକ ଭାରତୀୟ ବୋଲର ବୁମରା ଓ ସିରାଜଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏନେଇ ଉଭୟ ଯଶପ୍ରୀତ ବୁମରା ଏବଂ ସିରାଜ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ୬ ଜଣ ଅଷ୍ଟ୍ରେଲୀୟ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରି ଦେଇଥିଲା । ଅନ୍ୟପଟେ ଅଷ୍ଟ୍ରେଲୀୟ ଦର୍ଶକଙ୍କ ଏହି କାର୍ଯ୍ୟ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ କ୍ଷମା ମାଗିବା ସହ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଥିଲା । ଏହା ସହ କହିଛି, ଏଭଳି ଆଚରଣ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଜିରୋ ଟଲେରାନ୍ସ ନୀତି । ଏହା ସହ ଦର୍ଶକଙ୍କୁ ଅବଗୋତ କରାଯାଇଛି, ଯଦି କେହି ଜାତିପ୍ରଥା ମନ୍ତବ୍ୟ ଦିଅନ୍ତି ତେବେ ଅଷ୍ଟ୍ରେଲିଆ କ୍ରିକେଟରେ ଏହାକୁ ସ୍ୱାଗତ କରାଯିବ ନାହିଁ ।

khelo

LEAVE A REPLY

Please enter your comment!
Please enter your name here

- Advertisment -

Most Popular