spot_img

ଅପରାଧପ୍ରବଣ ପ୍ରାର୍ଥୀଙ୍କ ପାଇଁ ଚିନ୍ତା ବଢାଇଲା ନିର୍ବାଚନ କମିସନ

ଭୁବନେଶ୍ୱର: ନିର୍ବାଚନରେ ଲଢୁଥିବା ପ୍ରାର୍ଥୀମାନେ ତାଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବାପାଇଁ ଭାରତର ନିର୍ବାଚନ କମିସନ ନିର୍ଦେଶନାମା ଜାରି କରିଛନ୍ତି । ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ, ସେଇ ସଂପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳକୁ ତିନୋଟି ପର୍ଯ୍ୟାୟରେ ଏହି ତଥ୍ୟ ଦେବାପାଇଁ କୁହାଯାଇଛି । ଅନ୍ୟପଟେ ଉଭୟ ଛାପା ଓ ବୈଦୁତିକ ଗଣମାଧ୍ୟମ ଜରିଆରେ ଅପରାଧ ପୃଷ୍ଠଭୂମି ପ୍ରସାର କରିବା ବାଧ୍ୟତାମୂଳକ ।
ନିର୍ବାଚନ କମିସନଙ୍କ କହିବାନୁସାରେ, ପ୍ରଥମ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରଥମ ଚାରିଦିନ ମଧ୍ୟରେ କରାଇବାକୁ ପଡ଼ିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ତୃତୀୟ ପର୍ଯ୍ୟାୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ପର୍ଯ୍ୟନ୍ତ କରାଇବାକୁ ପଡ଼ିବ । ଗତ ୧୧ ତାରିଖ ଦିନ ଏ ବାବଦରେ ନିର୍ଦେଶନାମା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular