ନୂଆଦିଲ୍ଲୀ: ରୟାଲ୍ କାରିବିଆନ୍ ସିମ୍ଫୋନୀ ଅଫ୍ ସିଜରେ କରୋନା ବିସ୍ଫୋରଣ । ଅନେକ କଟକଣା ସତ୍ତ୍ବେ କ୍ରୁଜରେ ବର୍ତ୍ତମାନ ୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଜାହାଜରେ ୬,୦୦୦ ରୁ ଅଧିକ ଯାତ୍ରୀ ଥିଲେ ଏବଂ ସପ୍ତାହ ଶେଷରେ ଏହା ମିଆମିରେ ଅଟକିଥିଲା। ଜଣେ ଯାତ୍ରୀ କରୋନାର ଲକ୍ଷଣ ଦେଖାଇବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏହା ପରେ ୪୮ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।
ରୟାଲ୍ କାରିବିଆନ୍ ପକ୍ଷରୁ କୁହାଯାଇଛି ଯେ, କ୍ରୁଜରେ ଥିବା ସମସ୍ତ ଯାତ୍ରୀ ଟିକାର ଦୁଇଟି ଡୋଜ ନେଇଥିଲେ । ଏବେ ସଂକ୍ରମିତ ହୋଇଥିବା ୪୮ଜଣ ଓମିକ୍ରନ ଦ୍ବାରା ଆକ୍ରାନ୍ତ କି ନାହିଁ, ତାହା ଜଣାପଡ଼ିପାରିନାହିଁ। ଏବେ ସମସ୍ତ ଯାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପଜିଟିିଭ ହୋଇଥିବା ଯାତ୍ରୀଙ୍କ ପାଖରେ କୌଣସି ଲକ୍ଷଣ ନଥିବା ସହ କିଛି ଜଣକ ପାଖରେ ମଧ୍ୟମ ଲକ୍ଷଣ ଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0