ଚାହିଦା ହ୍ରାସ ଯୋହୁ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଦେଖା ଦେଇଛି। ଫଳରେ ବଜାରରେ ବୁଧବାର ଅଶୋଧିତ ତୈଳ ବାରଲ ପିଛା ଦରରେ ୧.୦୯ ପ୍ରତିଶତ ହ୍ରାସ ସହ ୪ ହଜାର ୬୨୯ରେ କାରବାର ହେଉଛି।ମଲ୍ଡି କମଡିଟି ଏକ୍ସଚେଞ୍ଜରେ ମାର୍ଚ୍ଚ ମାସ ଆମଦାନୀ କ୍ରୁଡ ବାରଲ ପିଛା ୫୧ ଟଙ୍କା ଅର୍ଥାତ ୧.୦୯ ପ୍ରତିଶତ ହ୍ରାସ ଦେଖା ଦେଇଛି। ଏଣୁ ୪ହଜାର ୮୬୮ଟି ଲଟ୍ ବାରଲ ପିଛା ୪ ହଜାର ୬୨୯ ଟଙ୍କା ଦରରେ କାରବାର ହୋଇଥିବା ଜଣାପଡିଛି।ଅଶୋଧିତ ତୈଳ ଦରରେ ଏପରି ହ୍ରାସ କେବଳ ଦେଶରେ ନୁହେଁ ବିଶ୍ୱରେ ମଧ୍ୟ ଅନୁଭୂତ ହୋଇଥିବା ଜଣାପଡିଛି। ନ୍ୟୁୟର୍କରେ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ମୂଲ୍ୟରେ ୦.୫୯ ପ୍ରତିଶତ ହ୍ରାସ ଦେଖା ଦେଇଛି। ଫଳରେ କ୍ରୁଡ ବାରଲପିଛା ୬୩.୪୦ ଡଲାରରେ କାରବାର କରୁଥିବା ଜଣାପଡିଛି।ବ୍ରେଣ୍ଟ କ୍ରୁଡ ମୂଲ୍ୟରେ ମଧ୍ୟ ହ୍ରାସ ହୋଇଛି। ବ୍ରେଣ୍ଟ କ୍ରୁଡ ୧.୧୩ ପ୍ରତିଶତ ହ୍ରାସ ସହ ଏବେ ପ୍ରତି ବାରଲ ୬୬.୭୬ ଡଲାରରେ ଏବେ କାରବାର ହେଉଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0