ଫୁଲବାଣୀ: ସ୍କୁଲ ନିକଟରେ ଖେଳୁଥିବା ବେଳେ ଅଘଟଣ। ସ୍କୁଲ ପାଚେରି ଭୁଶୁଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପେଟାପାଙ୍ଗାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ସ୍କୁଲ୍ ବନ୍ଦ ରହିଥିବା ବେଳେ କିଛି ପିଲା ବେଲକଟି ୟୁପି ସ୍କୁଲ ମୁଖ୍ୟ ଫାଟକ ନିକଟରେ ଖେଳୁଥିଲେ। ପୂର୍ବରୁ ଦୁର୍ବଳ ଥିବା ପାଚେରିଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କୁ ଜି.ଉଦୟଗିରି ମେଡିକାଲ ଓ ପରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0