spot_img

ଅଲମ୍ପିକ୍ ସମିତି ନିୟନ୍ତ୍ରଣ ଅଧିନରେ ସିଏସଏ

ଜୋହାନ୍ସବର୍ଗ: ଅଲମ୍ପିକ୍ ସମିତି ନିୟନ୍ତ୍ରଣକୁ ଗଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ । ଦୀର୍ଘ ଦିନ ଧରି ଦକ୍ଷିଣ ଆଫ୍ରିକା କ୍ରିକେଟରେ ଲାଗି ରହିଥିବା ବିଭେଦ, ଅନିୟମିତତା ଓ କୁପରିଚାଳନା କାରଣରୁ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛି ଆଫ୍ରିକା କ୍ରୀଡା ମହାସଂଘ ଓ ଅଲିମ୍ପିକ୍ ସମିତି । ୨୦୧୯ ମସିହାରୁ ସିଏସଏରେ ଦୁର୍ନୀତି ଓ କୁପରିଚାଳନା ନେଇ ଲାଗି ରହିଥିବା ଅଭିଯୋଗର ତଦନ୍ତ ଶେଷ ହେବା ପରେ ଏସଏଏସସିଓସି ଏଭଳି ନିଷ୍ପତ୍ତି ନେଇଛି । ସିଏସର ସମସ୍ତ ପୂର୍ଣ୍ଣ ଦରମାପ୍ରାପ୍ତ କର୍ମଚାରୀଙ୍କୁ ପଦ ତ୍ୟାଗ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ନିଷ୍ପତ୍ତି ପରେ କ୍ରିକେଟ ଦକ୍ଷିଣ ଆଫ୍ରିକାର ସମସ୍ତ ସଦସ୍ୟ, ଜାତୀୟ ଦଳର ବର୍ତ୍ତମାନର ସଦସ୍ୟ ଓ ପୂର୍ବତନ ସଦସ୍ୟ, ସମସ୍ତ ଅଂଶୀଦାର, ପ୍ରାୟୋଜକ ଏବଂ କ୍ରିକେଟପ୍ରେମୀମାନେ ଚିନ୍ତାରେ ପଡିଯାଇଛନ୍ତି । ଦକ୍ଷିଣ ଆଫ୍ରିକାର ସମସ୍ତ ଜାତୀୟ କ୍ରୀଡା ସଂଘଗୁଡିକ ଏସଏଏସସିଓସି ଅଧୀନରେ ରହିଥିବା ବେଳେ ସିଏସଏ ମଧ୍ୟ ଏହାର ପରିଚାଳନା ଅଧୀନ ରହିଛି । ଏବେ ଅଲମ୍ପିକ୍ ସମିତି ଏକ ଟାକ୍ସଫୋର୍ସ ଗଠନ କରି ଅଧିକ ତଦନ୍ତ କରିବ । ଅନ୍ୟପକ୍ଷରେ ଆଇସିସି ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିବା ସହ ଆଇନଗତ ପରାମର୍ଶ ନେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular