କଟକ : ଚୌଦ୍ବାର ବଡ଼ପଦା ଗ୍ରାମ ବଡ଼ସାଆନ୍ତରାପୁର ପଞ୍ଚାୟତ ଠାରେ କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ରେଳ ରୋକ । ଏଠାରେ ବ୍ରିଜ ଅଣ୍ଡର ପାସ ରୋଡ ନିର୍ମାଣ ଦାବି କରି ଶତାଧିକ ପୁରୁଷ ଓ ମହିଳାଙ୍କ ଦ୍ୱାରା ରେଳ ରୋକ କରାଯାଇଛି । ବାରମ୍ବାର ରେଳବାଇ କର୍ତ୍ତୃପକ୍ଷଙ୍କୁ ଦାବି କରିବା ପରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ରେଳ ରୋକ କରାଯାଇଛି । ଘଟଣାସ୍ଥଳରେ ଜିଆରପିଏଫ ଓ ଚୌଦ୍ୱାର ପୁଲିସ ମୁତୟନ ରହିଛନ୍ତି । ରେଳ ଧାରଣା ଉପରେ ଦୁର୍ଗ-ପୁରୀ ଏକ୍ସପ୍ରେସକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୌଣସି ପ୍ରକାରର ପ୍ରତିଶ୍ରୁତି ନ ମିଳିଲେ ଏହି ରେଳରୋକ ୧୨ ଘଣ୍ଟିଆ କରାଯିବ ବୋଲି ଉକ୍ତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0