କଟକ: ଶୀତ ଋତୁରେ କୋଭିଡ-୧୯ର ଦ୍ଵିତୀୟ ପ୍ରବାହ ଭୟରେ କଟକ ମହାନଗର ନିଗମ(ସିଏମସି) କିଛି କଟକଣା ଲାଗୁ କରିଛି। ବିବାହ ସ୍ଥଳରେ ପାନ ଏବଂ ଗୁଟଖା ଖାଇବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ମଙ୍ଗଳବାର ଜାରି ନିର୍ଦ୍ଦେଶନାମା ଅନୁସାରେ, CMC ଅନ୍ତିମ ସଂସ୍କାର ସମୟରେ ଏବଂ ବିବାହ ଉତ୍ସବରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା କମାଇ ଯଥାକ୍ରମେ ୫୦ ଏବଂ ୧୦୦ ଭିତରେ ସୀମିତ କରିଦେଇଛି।ସେହିପରି କୌଣସି ବି ସମାରୋହ ସଞ୍ଚାଳନ କରିବା ପାଇଁ ସ୍ଥାନୀୟ ଥାନା ଏବଂ ସ୍ଥାନୀୟ ପ୍ରଶାସନ ବା ସିଏମସିଠାରୁ ଅନୁମତି ଅନିବାର୍ଯ୍ୟ କରିଦିଆଯାଇଛି। ବରଯାତ୍ରୀ ଏବଂ ପ୍ରୋସେସନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଛି।
ସିଏମସି କମିଶନର ଅନନ୍ୟା ଦାସ କହିଛନ୍ତି, ‘କୋଭିଡର ଏହି ନିୟମଗୁଡ଼ିକୁ ଉଲ୍ଲଂଘନ କରାଗଲେ ସମାରୋହ ସଞ୍ଚାଳକ ଏବଂ କଲ୍ୟାଣ ମଣ୍ଡପ, କନଭେନସନ ହଲ, ବିବାହ ମଣ୍ଡପ ଆଦିର ଅଥରୀଟିମାନେ ଏଥିପାଇଁ ଦାୟୀ ହେବେ। ଉଲ୍ଲଂଘନ ମାମଲାରେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0