spot_img

ଆଗକୁ ବଢିବ କଟକ ନେତାଜୀ ବସ ଟର୍ମିନାଲ କାର୍ୟ୍ୟ

କଟକ : ଆଗକୁ ବଢିବ କଟକ ନେତାଜୀ ବସ ଟର୍ମିନାଲ କାର୍ୟ୍ୟ । କାରଣ ସରକାରଙ୍କ ପାଖରେ ଉପଲବ୍ଧ ଅଛି ସମସ୍ତ ୧୨ ଏକର ଜମି । ଏହାସହ ଜବରଦଖଲରେ ଥବା ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ସୂଚନା ଦେଇଛନ୍ତି । ଅବରୋଧରେ ଥିବା ଜମିରୁ ଉଚ୍ଛେଦ ସରିଲେ,ବସ ଟର୍ମିନାଲ କାମ ଆଗକୁ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ବି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହାସହ ବୈଷ୍ଣବ ପାର୍କର ସଂପ୍ରସାରଣ ଓ ଉନ୍ନତିକରଣ କରାଯିବ । ବସ ଟର୍ମିନାଲ ପ୍ରକଳ୍ପ କାମ ୧୮ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular