spot_img

ସାଇବର ଠକଙ୍କ ଫୋକସରେ ପ୍ରେମୀ ଯୁଗଳ

ପ୍ରେମୀଯୁଗଳଙ୍କ ପାଇଁ ସାଇବର ଫାଶ । ଭାଲେଣ୍ଟାଇନ ଡେ ନାଁରେ ଖାଲି କରିଦେଉଛନ୍ତି ଆକାଉଣ୍ଟ । ଦିନକୁ ଦିନ ଠକେଇ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର ଠକ । ଆଗକୁ ଭାଲେଣ୍ଟାଇନ ଡେ ଆସୁଥିବାରୁ ଏଥର ସାଇବର ଠକଙ୍କ ଫୋକସରେ ପ୍ରେମୀଯୁଗଳ । ହ୍ୱାଟ୍ସଆପକୁ ଗୋଟିଏ ଲିଙ୍କ ପଠାଉଛନ୍ତି ସେହି ଲିଙ୍କ ଖୋଲି ପ୍ରଶ୍ନର ଉତ୍ତର ଦେଲେ, ଉତ୍ତରଦାତାଙ୍କୁ ମୁମ୍ବାଇ ତାଜ ହୋଟେଲର ଟିକେଟ ଦେବା ସହ ୭ଦିନ ମାଗଣା ରହିପାରିବେ ବୋଲି ଲୋଭ ଦେଖାଉଛନ୍ତି । ଏଭଳି ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ନେବା ପରେ ଟଙ୍କା ଲୁଟିନେଉଛନ୍ତି । ସୂଚନା ଅନୁସାରେ, ସାଇବର ଠକ ଭାଲେଣ୍ଟାଇନ୍ସ ଡେ ଗିଫ୍ଟ ନାଁରେ ଏକ ଲିଙ୍କ ତିଆରି କରିଛନ୍ତି । ଏହି ଲିଙ୍କକୁ ଭାଇରାଲ କରିଛନ୍ତି । ବିଭିନ୍ନ ହ୍ୱାଟ୍ସଆପ ଗ୍ରୁଫରେ ଏହି ଲିଙ୍କ ଘୁରି ବୁଲୁଛି । ତାଜ ହୋଟେଲରେ ମାଗଣାରେ ରହିବା ନାଁରେ ଏହି ଲିଙ୍କ ଆସୁଛି । ଏହାକୁ କ୍ଲିକ୍ କଲେ ଏକ ଫର୍ମରେ ଆଧାର କାର୍ଡ ନମ୍ବର, ପାନକାର୍ଡ ଭଳି ଏକାଧିକ ବ୍ୟକ୍ତିଗତ ତଥ୍ୟ ଦେବାକୁ କୁହାଯାଉଛି । ଏହା ପରେ ଠକ ପଠାଉଥିବା ଆପକୁ ମୋବାଇଲ ଫୋନରେ ଡାଉନଲୋଡ କଲେ ତାଜ ହୋଟେଲରେ ରହିବାର ସୁଯୋଗ ମିଳିବ ବୋଲି ଠକ କହୁଛି । ଏହି ଆପକୁ ଡାଉନଲୋଡ କଲା ପରେ ମୋବାଇଲ ପୋନର ସମସ୍ତ ତଥ୍ୟ ଠକ ପାଖକୁ ଚାଲିଯାଉଛି । ଏହାପରେ ଠକ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛି । ତେବେ ଏଭଳି କିଛି ଠକେଇ ହେବା ପରେ ତାଜ ହୋଟେଲ ପକ୍ଷରୁ ଟ୍ୱିଟ କରି ସତର୍କ କରାଯାଇଛି । ତାଜ୍ ହୋଟେଲ ପକ୍ଷରୁ ଏପରି କୌଣସି ଅଫର ନଥିବା ସ୍ପଷ୍ଟ କରାଯାଇଛି । ମୁମ୍ବାଇ ପୋଲିସ ମଧ୍ୟ ଏନେଇ ସତର୍କତା ଜାରି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular