spot_img

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଡାବୁଗାଁ: ଜଣେ ନିଶାସକ୍ତ ଯୁବକ ପାରିବାରିକ ଅଶାନ୍ତି ପରେ ଗୋଟିଏ ବିରାଟ ବରଗଛ ଉପରେ ଦୀର୍ଘ ଦେଢ଼ ଘଣ୍ଟା ରହିବା ପରେ ନିଜେ ତଳକୁ ଓହ୍ଲାଇଛି। ଯୁବକଙ୍କର କୌଣସି କ୍ଷତି ହୋଇ ନ ଥିଲେ ସୁଦ୍ଧା ପୁଲିସ ଓ ଅଗ୍ନିଶମ କର୍ମଚାରୀ ତାଙ୍କୁ ଗଛରୁ ଓହ୍ଲାଇବା ପାଇଁ ନାକେଦମ ହୋଇଥିଲେ। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିରେ। ଯୁବକ ଜଣକ ଡାବୁଗାଁ ସଦର ହାଟପଦା ସାହିର ମାନସ ନାୟକ। ସୂଚନା ଅନୁଯାୟୀ ମାନସ ଆଜି ସକାଳେ କୌଣସି କଥାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ରାଗରେ ହାଟପଦା ନିକଟରେ ଥିବା ଏକ ବିରାଟ ବରଗଛ ଉପରେ ଦିନ ପ୍ରାୟ ୧୨ଟା ସମୟରେ ଚଢ଼ି ଯାଇଥିଲେ। ନିଶାସକ୍ତ ମାନସଙ୍କୁ ତଳକୁ ଓହ୍ଲାଇବା ପାଇଁ ସେଠାରେ ଥିବା ଲୋକେ କହିଲା ପରେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ଖବର ପାଇ ଡାବୁଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ମାନସଙ୍କୁ ବରଗଛରୁ ଉଦ୍ଧାର କରିବା ପାଇଁ ଆସିଥିଲେ। . କିନ୍ତୁ ମାନସ ଗଛ ଉପରେ ଚଢିଲେ ତଳକୁ ଡେଇଁ ପଡ଼ିବି ବୋଲି କର୍ମଚାରୀଙ୍କୁ ଧମକ ଦେବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଅପେକ୍ଷା କରିଥିଲେ। ନିଶାସକ୍ତ ଯୁବକଙ୍କର ଏପରି କାଣ୍ଡ ଦେଖିବା ପାଇଁ ବରଗଛ ମୂଳରେ ପ୍ରବଳ ଜନ ଗହଳି ହେଇଥିଲା। ଶେଷରେ ଦୀର୍ଘ ଦେଢ଼ ଘଣ୍ଟା ପରେ ନିଶାସକ୍ତ ଯୁବକ ମାନସ ନିଜେ ବରଗଛରୁ ତଳକୁ ଓହ୍ଲାଇଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular