ସପ୍ନା ଚୌଧୁରୀ ତାଙ୍କ ଚମତ୍କାର ନୃତ୍ୟ ପାଇଁ ବେଶ୍ ପ୍ରସିଦ୍ଧ। ଏହି କାରଣରୁ ତାଙ୍କର କୌଣସି ନା କୌଣସି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ସପନାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମଞ୍ଚ ଉପରେ ଖସିପଡିଥିବାର ନଜର ଆସିଛନ୍ତି। ସପନାଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକ ବହୁତ ନିରାଶ ଦେଖାଯାଉଛନ୍ତି।
ପନାଙ୍କ ଏହି ଥ୍ରୋବ୍ୟାକ୍ ଡ୍ୟାନ୍ସ ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ମଞ୍ଚରେ ନାଚୁଥିବା ନଜର ଆସିଛନ୍ତି। ଭିଡିଓରେ ଦେଖାଯାଇଛି,ସପନାଙ୍କ ପ୍ରଦର୍ଶନ ଭଲରେ ଚାଲିଛି କିନ୍ତୁ ହଠାତ୍ ଏକ ଷ୍ଟେପ୍ କରିବାବେଳେ ତାଙ୍କ ବାଲାନ୍ସ ବିଗିଡି ଯାଇଛି ଏବଂ ସେ ତଳେ ପଡିଯାଇଛନ୍ତି। ହଠାତ୍ ସପନାଙ୍କ ପଡିଯିବା ଦେଖି ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ କିଛି ସେକେଣ୍ଡରେ, ସପନା ପୁରା ଆତ୍ମବିଶ୍ୱାସରେ ଠିଆ ହୋଇ ପୁଣି ନାଚିବା ଆରମ୍ଭ କରିଛନ୍ତି।
ନିକଟରେ ସପନାଙ୍କ ନୂଆ ଗୀତ ‘ପତଲି କମର’ ରିଲିଜ୍ ହୋଇଛି। ଏହା ରିଲିଜ୍ ହେବା ମାତ୍ରେ ଇଣ୍ଟରନେଟରେ ଖୁବ୍ ଧମାଲ କରିଛି। ମାତ୍ର ତିନି ଦିନ ମଧ୍ୟରେ, ଏହି ଗୀତଟି ଲକ୍ଷ ଲକ୍ଷ ଭ୍ୟୁ ପାଇଛି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0