spot_img

ଲାଞ୍ଚନେଇ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

ଜଗତସିଂହପୁର: ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଡ୍ରଗ ଇନ୍ସପେକ୍ଟର ଅଫିସର ଡାଟା ଏଣ୍ଟ୍ରି ଅପରେଟର । ଡ୍ରଗ ଲାଇସେନ୍ସ କରାଇଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଳାନ୍ସ ହାତରେ ଧରାପଡିଛନ୍ତି । ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ତପନ କୁମାର ସେଠୀ । ତପନ ତରଡା ପଡା ଅଞ୍ଚଳର ଜଣେ ଯୁବକଙ୍କୁ ଲାଇସେନ୍ସ କରାଇ ଦେବାକୁ କହି ତାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ଯୁବକ ଜଣକ ୧୦ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ପରେ ଯୁବକ ଜଣକ କଟକ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ । ତେବେ ଉକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦାବି ମୁତାବକ ଟଙ୍କା ଦେବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ସେଠାରେ ଡାଟା ଏଣ୍ଟ୍ରି ଅପରେଟର ତପନ ସେଠୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular