spot_img

ଭାର୍ଗବୀ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଦାମୋଦରପୁର ଗାଁ ନିକଟରେ ଏକ ବିରଳ ମାଛ ଉଦ୍ଧାର ହୋଇଛି । ଏହା ଏକ ବିରଳ ପ୍ରଜାତିର ମାଛ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଆଖପାଖର ଲୋକଙ୍କ ଖୁବ ଭିଡ ଜମିବାରେ ଲାଗିଛି ।
ସୂଚନାଅନୁଯାୟୀ ସେହି ଗାଁର ଜଣେ ଯୁବକ ଭାର୍ଗବୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ।
ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ଧରାପଡିଥିଲା । ଜାଲରେ ଧରାପଡ଼ିଥିବା ଏହି ମାଛ ଟିର ଓଜନ ପାଖାପାଖି ଏକ କିଲୋ ହେବ । ପରେ ବ୍ୟକ୍ତି ଜଣଙ୍କ ମାଛ ଟିକୁ ନିଜ ଗାଁକୁ ଆଣି ଏକ ବଡ ପାଣି ପାତ୍ରରେ ବଞ୍ଚାଇ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular