ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦୁପୁର ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଲି କେନାଲରେ ଆଜି ଭୋର ସମୟରେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ।

ମୃତ ବ୍ୟକ୍ତି ସଦର ଥାନା ତଳବରକୋଟ ଗ୍ରାମର ରାଧୁଆ ନାଏକ (୫୦) ବୋଲି ଜଣାପଡ଼ିଛି। ସେ ଗତକାଲି ନିଜ ଭଉଣୀ ଘର ବେସାଳିଆକୁ ସ୍ତ୍ରୀଙ୍କ ସହ ଆସିଥିଲେ। ରାତିରେ ଭଉଣୀ ଘରେ ରହିଥିଲେ। ଶୌଚ ହେବାକୁ ସେ ରାତିରେ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0