spot_img

ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲ ସମୟ ୬ ମାସ ବଢିଲା

ଭୁବନେଶ୍ୱର: ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ସମୟ ସୀମାକୁ ଆଉ ୬ମାସ ବୃଦ୍ଧି କରାଯାଇଛି । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ଅର୍ଥ ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୦ ବର୍ଷ ପାଇଁ ଜୀବନ ପ୍ରମାଣପତ୍ର ନଭେମ୍ବର ସୁଦ୍ଧା ଦେବାର ଥିଲା । ମାତ୍ର ଏବେ ୨୦୨୧ ମେ ମାସ ଭିତରେ ଏହି ପ୍ରମାଣପତ୍ର ଦାଖଲ କରିପାରିବେ । ସେହିପରି, ପେନସନଭୋଗୀଙ୍କ ଅଣ-ବିବାହ କିମ୍ବା ପୁନଃ ବିବାହ ସାର୍ଟିଫିକେଟ୍ ଓ ଅଣ- ନିଯୁକ୍ତି ସାର୍ଟିଫିକେଟ୍ ଦାଖଲ କରିବାର ସମୟ ସୀମାକୁ ମଧ୍ୟ ୨୦୨୧ ମେ ମାସକୁ ବୃଦ୍ଧି କରାଯାଇଛି । ପେନସନଭୋଗୀଙ୍କ ଦେହାନ୍ତ ପରେ ତୁରନ୍ତ ପେନସନ୍ ବଣ୍ଟନ କର୍ତ୍ତୁପକ୍ଷଙ୍କୁ ସେହି ସୂଚନା ଦେବାକୁ କୁହାଯାଇଛି । ଫଳରେ ଟ୍ରେଜେରି କିମ୍ବା ବ୍ୟାଙ୍କ ତରଫରୁ ତୁରନ୍ତ ପେନସନ୍ ଦେବା ବନ୍ଦ କରାଯାଇପାରିବ । ଇଲେକ୍ଟୋନିକ୍ ମାଧ୍ୟମରେ ଆସୁଥିବା ପେନସନ୍ ପେମେଣ୍ଟ ଅର୍ଡରକୁ ଗ୍ରହଣ କରି ପେନସନ୍ ବଣ୍ଟନ କର୍ତ୍ତୁପକ୍ଷଙ୍କ ତରଫରୁ ପ୍ରଥମ ପେନସନ୍ ବଣ୍ଟନ କରାଯିବ । ପେନସନ୍ଭୋଗୀଙ୍କୁ ଏଥିପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବନି । ଏ କ୍ଷେତ୍ରରେ ପେନସନଭୋଗୀଙ୍କ ବ୍ୟାଙ୍କ ଖାତା ବିବରଣୀ ଆଇଏସଏଫଏସରେ ଥିବା ନିହାତି ଦରକାର । ଏହି ସମାନ ପଦ୍ଧତିରେ ଗ୍ରାଚ୍ୟୁଇଟି ମଧ୍ୟ ପ୍ରଦାନ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular