ମୁମ୍ବାଇ: ଦୀପିକା ପାଦୁକୋନକୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ବଲିଉଡ଼୍ ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କ ସହ ଅନ୍ୟ ଦୁଇ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ସମନ କରାଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ୩ ଅଭିନେତ୍ରୀଙ୍କୁ ପଚରାଉଚରା ସମ୍ଭାବନା ରହିଛି । ଏମାନଙ୍କ ସହ ଅନ୍ୟ କିଛି ଅଭିନେତ୍ରୀଙ୍କୁ ସମନ କରିଛି ଏନସିବି । ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ସିମୋନ ଖଟାମ୍ବାଙ୍କୁ ବି ସମନ କରାଯାଇଛି । ସେପ୍ଟେମ୍ବର ୨୪ ରେ ରକୁଲ ପ୍ରୀତ ଓ ସିମୋନ ଏନସିବିରେ ହାଜର ହେବେ । ପୂର୍ବରୁ ଏହି ମାମଲାରେ ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0