spot_img

ପୁଣି ପରଦାକୁ ଫେରୁଛନ୍ତି ଦୀପିକା

ମୁମ୍ବାଇ: ଦୀର୍ଘ ୬ ମାସର ବିଶ୍ରାମ ପରେ ପୁଣି ସୁଟିଂ ସେଟକୁ ଫେରୁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ନିଦେ୍ର୍ଦଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମର ସୁଟିଂ ପାଇଁ ଦୀପିକା ଆସନ୍ତା ୧୧ ତାରିଖରେ ଗୋଆ ଅଭିମୁଖେ ଯାତ୍ରା କରିବେ । ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଦୀପିକାଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ଅଛନ୍ତି । ଏହି ଫିଲ୍ମର ଚର୍ଚ୍ଚା ବହୁ ପୂର୍ବରୁ ହେଉଥିଲେ ହେଁ ଏ ପର୍ଯ୍ୟନ୍ତ ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ଏପରିକି ଫିଲ୍ମରେ ଅଭିନୟ କରୁଥିବା କଳାକାରଙ୍କ ଭୂମିକା ବିଷୟରେ ମଧ୍ୟ କିଛି ସ୍ପଷ୍ଟ ଜଣାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular