ପୁରୀ: ପୁରୀ ଜିଲ୍ଳାର ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଡେଲାଙ୍ଗ ପୋଲିସ । ଗିରଫ ହୋଇଥିବା ଗ୍ୟାଙ୍ଗରେ ୪ଜଣ ଥିବା ବେଳେ ସେହି ଚୋରା ଜିନିଷ ଜଣେ ବାହାର ଲୋକଙ୍କୁ ବିକ୍ରୀ କରୁଥିବାର ପୋଲିସ ଦେଖିଥିଲା । ଉକ୍ତ ବ୍ୟକ୍ତି ଜଣକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ସେମାନଙ୍କୁ ୩ଦିନ ଧରି ଥାନାରେ ଅଟକ ରଖି ପଚାରଉଚୁରା କରିବା ପରେ ସେମାନଙ୍କ ପାଖରୁ ୨କେଜି ସୁନା , ସାଢେ ତିନି କେଜି ରୂପା ସମେତ ଟଙ୍କା ଜବତ ହୋଇଛି । ଏହାସହ ବିଭିନ୍ନ କମ୍ପାନୀର ବୈଦ୍ୟୁତିକ ଉପକରଣ, ମାରଣାସ୍ତ୍ର ଓ ମୋବାଇଲ ମଧ୍ୟ ଜବତ ହୋଇଥିବାର ପିପିଲି ଏସଡିପିଓ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0