spot_img

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦ୍ୱାରା ୫ ଆତଙ୍କବାଦୀ ଗିରଫ

ଦିଲ୍ଲୀ ପୁଲିସକୁ ବଡ ସଫଳତା । ବଡଧରଣର ଆତଙ୍କବାଦୀ ଆକ୍ରମଣ ବିଫଳ । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦ୍ୱାରା ୫ ଆତଙ୍କବାଦୀ ଗିରଫ । ମହାନଗରରୀ ଶକରପୁର ଅଞ୍ଚଳରୁ ଏନକାଉଁଣ୍ଟର ପରେ ଏହି ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ପଞ୍ଜାବର ୨ ଜଣ ଓ କାଶ୍ମୀରର ୩ ଜଣ ଅଛନ୍ତି । କୁହାଯାଉଛି, ଏମାନେ ସମସ୍ତେ ଇସଲାମିକ ଓ ଖଲିସ୍ତାନ ସଙ୍ଗଠନ ସହ ଜଡିତ ଅଛନ୍ତି । ଦୀର୍ଘ ଦିନ ହେବ ଏମାନଙ୍କ ବିରୋଧର ଆପରେସନ ଚାଲିଥିବା ବେଳେ ଆଜି ସେମାନଙ୍କୁ ଗିରଫ କରାଯାଇଛି । ସମସ୍ତ ଆତଙ୍କବାଦୀ ଶକରପୁର ଅଞ୍ଚଳରେ ଲୁଚି ରହିଥିଲେ । କୈାଣସି ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସ ଅପରେସନ ଆରମ୍ଭ କରିଥିଲା । ଅପରେସନ ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ପୁଲିସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ସମୟରେ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଅଧିକ ଖବର ପାଇଁ ସମସ୍ତଙ୍କୁ ପଚରାଉଚରା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular