spot_img

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ ହେବେ ଲାଲୁ

ନୂଆଦିଲ୍ଲୀ: ଆରଜେଡି ନେତା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତର ତାଙ୍କୁ ରାଞ୍ଚି ରିମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରିଛନ୍ତି। ରିମ୍ସ ମେଡିକାଲ ବୋର୍ଡ ବୈଠକ କରି ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲେ। ରିମ୍ସ ଏ ମାମଲାରେ ହୋଟବାର ଜେଲ ପ୍ରବନ୍ଧନଙ୍କୁ ସୂଚନା ଦେଇଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଲଗାତାର ବିଗିଡ଼ିବାରେ ଲାଗିଛି।ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ୮ ଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ଏହାପରେ ମେଡିକାଲ ବୋର୍ଡ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ୮ ଜଣିଆ ବୋର୍ଡରେ ବିଭିନ୍ନ ବିଭାଗର ଡାକ୍ତର ଅଛନ୍ତି। ମେଡିକାଲ ବୋର୍ଡର ସହମତି ପରେ ଚିକିତ୍ସା ପାଇଁ ଲାଲୁଙ୍କୁ ଏମ୍ସ ସ୍ଥାନାନ୍ତରିତ କରାଯିବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular