ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାହାରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କୋଭିଡ୍୧୯ କ୍ୱାରେଣ୍ଟିନ ଷ୍ଟାମ୍ପର କାଳି ବଦଳିଯାଇଛି । ବ୍ୟବହୃତ ହେଉଥିବା କାଳିରେ ଥିବା ରାସାୟନିକ ପଦାର୍ଥ ଯାତ୍ରୀମାନଙ୍କ ଶରୀରରେ ପ୍ରତିକ୍ରିୟା ସୃଷ୍ଟି କରୁଥିବା ନେଇ ଅଭିଯୋଗ ମିଳିବା ପରେ ଏହି କାଳିର ବ୍ୟବହାରକୁ ବନ୍ଦ କରିଦିଆ ଯାଇଥିବା ଜଣାପଡ଼ିଛି। କ୍ୱାରେଣ୍ଟିନ ଷ୍ଟାମ୍ପରେ ବ୍ୟବହୃତ ହେଉଥିବା କାଳିରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି ଜନୈକ କଂଗ୍ରେସ ନେତା ମଧୁ ଗୌଡ଼ ୟାସଖୀ ଅଭିଯୋଗ କରିଥିଲେ। ନିୟମ ଅନୁଯାୟୀ, ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ସାତ ଦିନର ଅନୁଷ୍ଠାନିକ କ୍ୟାରେଣ୍ଟିନ କରିବାକୁ ପଡିବ ଏବଂ ସାତ ଦିନିଆ ଘରୋଇ କ୍ୟାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ସେଥିପାଇଁ ଏହି କ୍ୱାରେଣ୍ଟିନ୍ ଷ୍ଟାମ୍ପ ସମସ୍ତ ବହିରାଗତ ଯାତ୍ରୀଙ୍କ ହାତରେ ମରା ଯାଉଥିଲା। ତେବେ, ଗତ ଶନିବାର ଦିନ କଂଗ୍ରେସ ନେତା ମଧୁ ଗୌଡ଼ ବିଦେଶରୁ ଦିଲ୍ଲୀ ଆସିବାବେଳେ ତାଙ୍କୁ ମଧ୍ୟ ଷ୍ଟାମ୍ପ କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ତାଙ୍କ ଶରୀରରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହାପରେ ସେ ଏହି ଘଟଣା ସଂପର୍କରେ ଟ୍ଵିଟ୍ କରିବେ ସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଭିଯୋଗ ପରେ କର୍ତ୍ତୃପକ୍ଷ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଷ୍ଟାମ୍ପ କରିବା ପାଇଁ ଏକ ନୂଆ ବ୍ୟାଚ୍ର କାଳି ବ୍ୟବହାର କରିବା ଆରମ୍ଭ କରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 1