ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହରୀ ଆସିବା ସହ ଦିଲ୍ଲୀବାସୀ ସଫଳତାର ସହ ଏହାକୁ ପାର କରିଛନ୍ତି। ଦିଲ୍ଲୀରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି, ଯାହା ଦ୍ବାରା ସଂକ୍ରମଣକୁ ରୋକାଯାଇ ପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ଆମେରିକାଠାରୁ ଦିଲ୍ଲୀରେ ଅଧିକ ସ୍ବାବ ନମୁନା ପରୀକ୍ଷା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ଉଦ୍ୟମ ପାଇଁ ଆମେ ସଫଳତାର ସହ କରୋନାର ତୃତୀୟ ଲହରକୁ ଅତିକ୍ରମ କରିଛୁ। ଦିଲ୍ଲୀରେ ଜୁନ୍ ମାସରେ କରୋନାଭାଇରସର ପ୍ରଥମ ଲହର, ଅଗଷ୍ଟ-ସେପ୍ଟେମ୍ବରରେ ଦ୍ୱିତୀୟ ଏବଂ ଅକ୍ଟୋବର ଏବଂ ନଭେମ୍ବର ଶେଷ ଆଡକୁ ତୃତୀୟ ଶକ୍ତିଶାଳୀ ଲହର ଆସିଥିଲା। ତୃତୀୟ ଲହରରେ ଦିଲ୍ଲୀରେ ଗୋଟେ ଦିନରେ ପ୍ରାୟ ୧୩୧ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଆମେ ଦୈନିକ ୯୦,୦୦୦ସ୍ବାବ ପରୀକ୍ଷା କରିବା ଆରମ୍ଭ କରିଥିଲୁ। ଏବେ ଦିଲ୍ଲୀରେ ୧୦ଲକ୍ଷ ଜନସଂଖ୍ୟାରେ ଦୈନିକ ୪,୫୦୦ଟି ସ୍ବାବ ନମୁନା ପରୀକ୍ଷା କରାଯାଉଥିବା ବେଳେ ଆମେରିକା ଦୈନିକ ୪,୩୦୦ ସ୍ୱାବ ନମୁନା ପରୀକ୍ଷା କରୁଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0