ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରାରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲାରେ ୯ଜଣ ମହିଳାଙ୍କ ସମେତ ୧୧ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ମାମଲାରେ ଆଜି ପୁଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଦିନ ଆଉ ୭ଜଣଙ୍କୁ ଗିରଫ କରିଥିଲା।ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ପୀଡ଼ିତାଙ୍କ ପ୍ରତି ଯୌନ ଉତ୍ପୀଡ଼ନ କରାଯାଇଥିବା କଥା ପୁଲିସ ପ୍ରକାଶ କରିଛି। ଶାହଦରା ଜିଲ୍ଲାର କସ୍ତୁରବା ନଗରରେ ସାଧାରଣତନ୍ତ୍ର ଦିବସରେ ଘଟଣାଟି ଘଟିଥିଲା। ଅପହରଣ କରାଯାଇ ଉକ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଲଣ୍ଡା କରି ମୁହଁରେ କଳା ବୋଳି ବେକରେ ଜୋତାମାଳ ପକାଇ ରାସ୍ତାରେ ଚଲା ଯାଇଥିଲା ।ପୁଲିସ ଅଧିକାରୀମାନଙ୍କ କହିବା ଅନୁଯାଇ, ‘ଏଫ ଆଇଆର’ରେ ଥିବା ୧୧ଜଣଙ୍କ ମଧ୍ୟରୁ ୯ଜଣ ହେଉଛନ୍ତି ମହିଳା। ‘ସିସିଟିଭି ଫୁଟେଜ’ଏବଂ ‘ମୋବାଇଲ ଭିଡିଓ କ୍ଲିପ’ରୁ ପୁଲିସ ୧୦/୧୫ଜଣଙ୍କୁ ଚିହ୍ନଟ କରିଛି। ଖୁବ ଶୀଘ୍ର ବାକି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି। ସେଥିପାଇଁ ୫ଟି ପୁଲିସ ଟିମ ତଲାସ ଅଭିଯାନ ଚଳାଇଛନ୍ତି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0