spot_img

ଦୁଇଟି ରୀତିନୀତି ରେ ପଡିଲା ନାଗିନ ମୌନିଙ୍କ ହାତଗଣ୍ଠି

ଦୁଇଟି ରୀତିନୀତି ରେ ପଡିଲା ନାଗିନ ମୌନିଙ୍କ ହାତଗଣ୍ଠି
ଗୋଆ: ଦିନରେ ମଲାୟଲି ଏବଂ ରାତିରେ ବଙ୍ଗାଳି ରୀତିନୀତିରେ ପଡ଼ିଲା ଟେଲିଭିଜନ ଜଗତର ପପୁଲାର ନାଗିନ ଓ ବିଜନେସମ୍ୟାନ ସୁରଜ ନାମ୍ବିଆଙ୍କ ହାତଗଣ୍ଠି। ପ୍ରେମ ପକ୍ଷୀରୁ ପତିପତ୍ନୀ ସାଜିଲେ ଉଭୟ । ଦୀର୍ଘ ଦିନର ରିଲେସନ ପରେ ଶେଷରେ ଗୋଆର ଏକ ପଞ୍ଚ ତାରାକା ହୋଟେଲରେ ଗତକାଲି ଆୟୋଜିତ ହୋଇଥିଲା ଉଭୟଙ୍କ ମ୍ୟାରେଜ ସେରିମନି। ମଲୟାଲୀ ଓ ବଙ୍ଗାଳି ରୀତିନୀତିରେ ଉଭୟ ନେଇଛନ୍ତି ସାତଫେରା।
ଉଭୟ ମଲାୟଲି ଓ ବଙ୍ଗାଳି ବିବାହରେ ଖୁବ୍ ଗର୍ଜିୟସ ଓ ସୁନ୍ଦର ଲାଗୁଥିଲେ ମୌନି। ଦିନରେ ଲାଲ ବର୍ଡରର ହ୍ୱାଇଟ ଶାଢିରେ ଏବଂ ରାତିରେ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ ମୌନିଙ୍କ ଲୁକ୍ ଥିଲା ଖୁବ୍ ଆକର୍ଷଣୀୟ । ବଙ୍ଗାଳି ରୀତିନୀତିରେ ହୋଇଥିବା ବିବାହରେ ଉଭୟ ମୁକୁଟ ପିନ୍ଧି ନ ଥିଲେ ବି ଆଖି ଆଗରେ ପାନ ପତ୍ର ରଖି ମଣ୍ଡପରେ ପ୍ରବେଶ କରିଥିଲେ ମୌନି। ଅନମୋଲ ଡିଜାଇନରର ଡିଜାଇନ ଅରନାମେଣ୍ଟ ପିନ୍ଧି ରାଜକୁମାରୀଠୁ କମ୍ ଲାଗୁ ନ ଥିଲେ ମୌନି। କ୍ରିମ୍ କଲର ସିଲ୍କ ଶେରୱାନିରେ ସୁରଜ ବି କୌଣସି ରାଜକୁମାରଠୁ କମ୍ ଲାଗୁ ନ ଥିଲେ। ଶେରୱାନିକୁ ମ୍ୟାଚ କରି ସେ ଏକ କ୍ରିମ୍ କଲର ଶଲ୍ ବି କ୍ୟାରି କରିଥିଲେ।

ସକାଳେ ହୋଇଥିବା ମଲୟାଲୀ ବିବାହରେ ଧଳା ଓ ନାଲି ସାଉଥ୍ ଇଣ୍ଡିଆ ଶାଢୀ ସହ ଟେମ୍ପଲ ଜୁଏଲାରୀ ପରିଧାନ କରିଥିଲେ ମୌନି । ନିଜ ସାଉଥ ଇଣ୍ଡିଆନ ଲୁକ୍କୁ ଫାଇନାଲ୍ ଟଚ୍ ଦେବାକୁ ମୌନି ଚୁଟିରେ ଗଜରା ମଧ୍ୟ ଲଗାଇଥିଲେ । ସେହିପରି ସୂରଜ ସାଦା ଗୋଲ୍ଡେନ କୁର୍ତ୍ତା ଓ ଧୋତି ପରିଧାନ କରିଥିଲେ। ଉଭୟଙ୍କ ବିବାହରେ ଟିଭି ଇଣ୍ଡଷ୍ଟ୍ରୀର ବହୁ ସେଲିବ୍ରେଟି ଉପସ୍ଥିତ ଥିଲେ। ମୌନିଙ୍କ ଖାସ୍ ବନ୍ଧୁ ମନ୍ଦିରା ବେଦୀ, ଅର୍ଜୁନ ବିଜଲାନୀ, ନେହା, ପ୍ରଜ୍ଞା କପୁର ସମେତ ବହୁ ସେଲିବ୍ରିଟି ଏହି ବିବାହରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular