ଦିଲ୍ଲୀର ତିଳକ ନଗର ବାସିନ୍ଦା ସଞ୍ଜୟ ଭାଟିଆ, ଅନ୍ୟମାନଙ୍କ ପରି ମହାମାରୀ ସମୟରେ ତାଙ୍କର ଏକମାତ୍ର ରୋଜଗାରର ଉତ୍ସ ହରାଇଲେ କରୋନା କଟକଣାରେ ଦୀର୍ଘ ଛଅ ମାସ ଧରି ଉଦାସୀନ ଅବସ୍ଥାରେ ସମୟ କାଟିଲେ |
“ମାର୍ଚ୍ଚ ୨୦୨୦ ପର୍ୟ୍ୟନ୍ତ ଚାକିରି ଥିଲା, ବେଶ୍ ହସ ଖୁସିରେ ଥିଲେ ସଞ୍ଜୟ |ବଡ ଝିଅକୁ ବିବାହ କରିବାରେ ସଫଳ ହୋଇଥିଲେ ଏବଂ ସାନ ଦୁଇଜଣଙ୍କୁ ପାଠ ପଢାଉଥିଲେ । ସଞ୍ଜୟ ଜଣେ ରୋଷେୟା ଭାବେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ ।ଲକ ଡାଉନ ସମୟରେ ରେଷ୍ଟୁରାଣ୍ଟ ବନ୍ଦ ହୋଇ ଯିବାରୁ ତାଙ୍କର ରୋଜଗାରର ସବୁ ପନ୍ଥା ବନ୍ଦ ହୋଇଗଲା |
ଲକଡାଉନ୍ ହେବା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା ପିଲାମାନେ ନିଜ ନିଜ ଘରକୁ ଚାଲିଗଲେ ଏହା ଆମର ବ୍ୟବସାୟ ଉପରେ ବହୁତ ପ୍ରଭାବ ପକାଇଲା। ଯାହାଫଳରେ ଆମର ଦୋକାନ ବନ୍ଦ ହୋଇଗଲା ,
ସେହି କଠିନ ସମୟ ମଧ୍ୟରେ କିପରି ସଫଳତା ପାଇଲେ ଉତ୍ତରରେ ସେ କହନ୍ତି , “ବହୁ କଷ୍ଟରେ ସେଠାରେ ଜଣେ ଶୁଭେଚ୍ଛୁ ଥିଲେ ଯିଏ ମୋତେ ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ଏହା ମୋର କିଛି ପରିମାଣରେ ଆର୍ଥିକ ବୋଝ କମ କରିଥିଲା
ତାଙ୍କ ମା, ପତ୍ନୀ ଏବଂ ଝିଅ ଙ୍କ ଅନୁରୋଧ କ୍ରମରେ ସେ ପୁଣି ଥରେ କିଛି କରିବାକୁ ସକ୍ଷମ ହୋଇଥିଲେ। ସଞ୍ଜୟ କୁହନ୍ତି, “ସେମାନେ ମୋତେ ନିଜେ କିଛି ଆରମ୍ଭ କରିବାକୁ କ୍ରମାଗତ ଭାବରେ ସମର୍ଥନ ଓ ଉତ୍ସାହିତ କରୁଥିଲେ। ସେମାନେ ଜାଣିଥିଲେ ଯେ ମୁଁ ଜଣେ ଭଲ ରୋଷେୟା ଏବଂ ନିଜ ପ୍ରଣାଳୀରେ ନୂଆ ନୂଆ ତିଅଣ କରିପାରିବି | ସଞ୍ଜୟଙ୍କ ଅସୁବିଧା କଥା ଶୁଣି ସହାୟତାର ହାତ ବଢ଼ାଇଲେ ଘର ମାଲିକ ଯାହା ଫଳରେ ଯେ ଯେପର୍ୟ୍ୟନ୍ତ ସେ ନିଜକୁ ପୁନଅବସ୍ଥାପିତ ନକରିଛନ୍ତି ସେ ପର୍ୟ୍ୟନ୍ତ ଘର ମାଲିକ କମ୍ ଭଡା ନେବାକୁ ରାଜି ହୋଇଥିଲେ |
ସେ କୁହନ୍ତି, “ଚାରିପାଖରେ ଭଲ ଲୋକ ଅଛନ୍ତି, ଆମକୁ କେବଳ ଚେଷ୍ଟା କରିବା ଏବଂ ଖୋଜିବା ଆବଶ୍ୟକ । ସମୟ ସମୟରେ ସଞ୍ଜୀବ କିଛି ଘରୋଇ କ୍ୟାଟରିଂ ଚାକିରି ଖୋଜିବାରେ ମଧ୍ୟ ସଫଳ ହୋଇଥିଲେ | ପୁନର୍ବାର ରୋଜଗାର ଆରମ୍ଭ କରିବାକୁ ଇଚ୍ଛା କରି ସଞ୍ଜୟ ମାସକୁ ୮,୦୦୦ ଟଙ୍କା ଭଡା ନେଇ ନିଜର ଏକ ଚାଟ୍ ଷ୍ଟଲ୍ ଆରମ୍ଭ କଲେ । “ଏହାକୁ ଆରମ୍ଭ କରିବାକୁ ପ୍ରାୟ ୩୦,୦୦୦ ଟଙ୍କା ଲାଗିଗଲା, ଯାହା ତାଙ୍କ ପାଖରେ ନଥିଲା। ତାଙ୍କୁ ଋଣ କରିବାକୁ ପଡିଲା ବୋଲି ସେ କୁହନ୍ତି। ଏହି ଷ୍ଟଲରେ ଦହିବରା , ପାପଡି ଚାଟ୍, ରୁଟି, ତରକାରୀ ଓ ୪୦ ଟଙ୍କାରେ ଶାକାହାରୀ ଭୋଜନ ବିକ୍ରି କରି ସେ ସ୍ୱାବଲମ୍ବୀ ହୋଇ ପାରିଲେ ବୋଲି କହିଛନ୍ତି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0