spot_img

ଭଙ୍ଗା ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି ପତ୍ର

ଜୟପୁର: ବିପଦ ସଂଙ୍କୁଳ ଅବସ୍ଥାରେ ଜୟପୁରର ରଣ୍ଡାପାଲି ପଞ୍ଚାୟତ ମୂଳାସର ମୁଖ୍ୟ କେନାଲ ପୋଲ । ପୋଲର ଦୁଇପାର୍ଶରେ ଥିବା ସୁରକ୍ଷା ବାଡ଼ଗୁଡ଼ିକ ଭାଙ୍ଗିଯିବା ସହ ନିମ୍ନଭାଗ ନଷ୍ଟ ହେବାରେ ଲାଗିଛି । ଏ ସମ୍ପର୍କରେ ଗ୍ରାମବାସୀ ଅପରକୋଲାବ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସ୍ୱେଚ୍ଛାସେବୀ ବି.ହରି ରାଓଙ୍କ ନେତୃତ୍ୱରେ ପୋଲର ମରାମତ ଦାବିି ନେଇ ଗାଁ ଲୋକେ ବାରିଣିପୁଟରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।ଗାଁ ଲୋକଙ୍କ ଅଭିଯୋଗ କ୍ରମେ ପୋଲଟି ପ୍ରାୟ ୩୦ ବର୍ଷ ତଳେ ତିଆରି ହୋଇଥିଲା । ଯେଉଁଥିରେ ପ୍ରତ୍ୟେକ ଦିନ ହଜାର ହଜାର ଯାନ ବାହାନ ଯିବା ଆସିବା କରୁଛି । ଫଳରେ ପୋଲଟି ଧିରେ ଧିରେ ଅବକ୍ଷୟ ହେବାରେ ଲାଗିଛି । କେତେ ବେଳେ ଅଘଟଣ ଘଟିବ କହି ହେବନି । ତେବେ ଖୁବ ଶୀଘ୍ର ଏକ ନୂଆ ପୋଲ ତିଆରି କରାଯାଉ ବୋଲି ଗାଁର ଗ୍ରାମବାସୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular