ବଡଚଣା: ଦୋଷିକୁ ଗିରଫ ଦାବିରେ ବଡଚଣା ବିଜେପିର ବାଲିଚନ୍ଦ୍ରପୁର ଥାନା ଘେରାଉ । ବାଲିଚନ୍ଦ୍ରପୁର ପୁଲିସ ଗାଡ଼ି ପୋଡ଼ି ଘଟଣାରେ ତିନିଶହ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ ପରିବର୍ତ୍ତେ ଅନ୍ୟ ଲୋକମାନଙ୍କ ଗିରଫ କରାଯାଉଥିବାରୁ ବିଜେପି ବାଲିଚନ୍ଦ୍ରପୁର ଥାନାକୁ ଘେରାଉ କରିଛି । ବଡ଼ଚଣା ବିଜେପି ନେତା ଅମର ନାୟକଙ୍କ ନେତୃତ୍ୱରେ ଥାନା ଘେରାଉ କରାଯାଇଛି । ଘେରାଉ କରିବା ସହ ଆସାମୀ ବସନ୍ତରାଜ ସାମଲଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0