ମୁମ୍ୱାଇ: ଖୁବଶୀଘ୍ର ବଡ଼ ପରାଦାରେ ନଜର ଆସିବେ ମାତା ସୀତା । ଲକଡ଼ାଉନରେ ରାମାୟଣର ପୁନଃ ପ୍ରସାରଣ ପରଠୁ ଚର୍ଚ୍ଚାରେ ଅଛନ୍ତି ଦୀପିକା ଚିଖଲିୟା । ଫିଲ୍ମ ଗାଲିବ ରେ ନଜର ଆସିବା ନେଇ ଖୁଲାସା କରିଛନ୍ତି ନିଜେ ଦୀପିକା । ଫିଲ୍କଟି ଏକ ମୁସଲିମ କାହାଣୀ ଉପରେ ଆଧାରିତ । ଯେଉଁଥିରେ ସେ ଜଣେ ଆତଙ୍କବାଦୀଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

ତେବେ କେବଳ ଗାଲିବ ନୁହେଁ ଦୀପିକା ‘ଦୀନଦୟାଲ: ଏକ ଯୁଗ ପୁରୁଷ’ରେ ମଧ୍ୟ ଅଭିନୟ କରିବେ। ‘ଗାଲିବ’ ଓ ‘ଦୀନଦୟାଲ: ଏକ ଯୁଗ ପୁରୁଷ’ ଫିଲ୍ମର ରିଲିଜ୍ ତାରିଖ ବିଷୟରେ କଥା ହେବା ଅବସରରେ ଦୀପିକା କହିଛନ୍ତି ‘ଉଭୟ ଫିଲ୍ମ ଚଳିତବର୍ଷ ରିଲିଜ ହୋଇପାରିବ ନାହିଁ। ଫିଲ୍ମର ନିର୍ମାତା ଏହାକୁ ବକ୍ସ ଅଫିସ୍ରେ ରିଲିଜ୍ କରିବାକୁ ଚାହୁଁଛନ୍ତି’। ଏଣୁ ଏହା ଆସନ୍ତାବର୍ଷ ରିଲିଜ୍ ହୋଇପାରେ ବୋଲି ଦୀପିକା କହିଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0