କୋଲକାତା: ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ସେ କିଛି ଦିନ ପୂର୍ବରୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ନୁସରତ, ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହୋଇଯାଇଥିବାବେଳେ ପ୍ରେମିକ ୟଶ ଦାସଗୁପ୍ତାଙ୍କୁ ତାଙ୍କ ସହ ଅନେକ ଥର ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ନୁସରତ କାହାକୁ ନିଜ ସନ୍ତାନର ପିତାଙ୍କ ନାମ ଦେବେ ସେ ନେଇ ଏକ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ଏହି ସସପେନ୍ସ ସମାପ୍ତ ହୋଇଛି | କାରଣ ନୁସରତ ଜହାଁଙ୍କ ପୁଅର ଜନ୍ମ ପ୍ରମାଣପତ୍ର ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପିତାଙ୍କ ନାମ ମଧ୍ୟ ଲେଖାଯାଇଛି।
କିନ୍ତୁ ଅନେକ ଲୋକ ପିତାଙ୍କ ନାମ ଦେଖି ଦ୍ୱନ୍ଦ୍ୱରେ ପଡୁଛନ୍ତି, କାରଣ ଏଥିରେ ୟଶ କିମ୍ବା ନିଖିଲଙ୍କ ନାମ ନାହିଁ | କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ଦଲିଲ ଅନୁଯାୟୀ, ନୁସରତ ନିଜ ଶିଶୁପୁତ୍ରର ନାମ ଇଶାନ ଜେ ଦାସଗୁପ୍ତା ରଖିଛନ୍ତି। ଏଥିସହିତ, ଶିଶୁର ପିତାଙ୍କ ନାମ ଦେବାଶିଷ ଦାସଗୁପ୍ତା ବୋଲି ଲେଖାଯାଇଛି | ଯଦି ଦେବାଶିଷ ଦାସଗୁପ୍ତା ନାମକୁ ନେଇ ଆପଣ ଚକିତ ହେଉଛନ୍ତି ତେବେ ଆମେ ଆପଣଙ୍କୁ ଜଣାଇଦେବାକୁ ଚାଁହୁଛୁ ଯେ ୟଶ ଦାସଗୁପ୍ତାଙ୍କ ପ୍ରକୃତ ନାମ ହେଉଛି ଦେବାଶିଷ ଦାସଗୁପ୍ତା |
ଏଥିସହିତ ଏହା ସ୍ପଷ୍ଟ ହୋଇଯାଇଛି ଯେ ନୁସରତ ଜହାଁଙ୍କ ପୁଅର ପିତା ହେଉଛନ୍ତି ୟଶ ଦାସଗୁପ୍ତା। ସୂଚନା ଥାଉ କି ଯେ ଅଗଷ୍ଟ ୨୬ରେ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ଯେତେବେଳେ ଗର୍ଭବତୀ ବୋଲି ଜଣାପଡ଼ିଥିଲେ ସେ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହୋଇଥିଲେ। ୨୦୧୯ରେ ତୁର୍କୀରେ ନୁସରତ ଏବଂ ନିଖିଲ ବିବାହ କରିଥିଲେ। କିନ୍ତୁ କିଛି ସମୟ ପରେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଗଲା ଏବଂ ଦୁହେଁ ଅଲଗା ହେବାକୁ ସ୍ଥିର କରିଥିଲେ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0