ବିଲରେ ସଢ଼ିଗଲା ଧାନ ଓ ପରିବା ଚାଷ । ହାତରେ କାଣି କଉଡ଼ିଟିଏ ନଥିବାରୁ ପିଲାଛୁଆଙ୍କୁ ଭଲରେ ମୁଠାଏ ଖାଇବାକୁ ଦେଇ ହଉନି । ଏମିତି ଅବସ୍ଥାରେ ଏବେ କାଳ କାଟୁଛନ୍ତି ସ୍ଥାନୀୟ ଭାଗଚାଷୀମାନେ। ସରକାର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି, କିନ୍ତୁ ତା ବି ଜମି ମାଲିକ ଖାତାକୁ ଯିବ। ତେଣୁ ଭାଗଚାଷୀମାନେ ସେଥିରୁ କିଛି ଫାଇଦା ପାଇବା ଆଶା ନାହିଁ। ଏଭଳି ସ୍ଥିତିରେ ସେମାନେ ବର୍ଷ ସାରା ଚଳିବେ କେମିତି ଓ କରଜ ଶୁଝିବେ କେମିତି ବୋଲି ଚିନ୍ତାରେ ପଡ଼ିଛନ୍ତି।ଚଳିତ ବନ୍ୟାରେ ବାଲିପାଟଣା ବ୍ଲକର ୭ ପଞ୍ଚାୟତରେ ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗଚାଷୀ। ଅନ୍ୟପକ୍ଷରେ କିଛି ଭାଗଚାଷୀ ପୁଣି ବିଲ ଉଠିଆ ପାଇଁ ଉଦ୍ୟମ କରିବା ଆରମ୍ଭ କରିଛନ୍ତି। କୃଷି ବିଭାଗ ସହଳ ବିହନ ଯୋଗାଇବ ବୋଲି ସୂଚନା ଦେଇଛି। ବନ୍ୟାରେ ସ୍ଥାନୀୟ ଧାନ ଚାଷୀମାନଙ୍କର ବିପୁଳ କ୍ଷତି ହୋଇଥିଲେ ହେଁ ଚାଷୀମାନେ ବିଲ ଉଠିଆ କରିବା ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି। କିନ୍ତୁ ବିହନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସମୟ ଅଭାବ ଥିବାରୁ ଛୋଟ ଧାନ କରି ଚାଷୀ ବର୍ଷକ ଭାତ ଯୋଗାଡ଼ କରିବାକୁ ଉଦ୍ୟମ କରୁଥିବାବେଳେ କୃଷି ବିଭାଗ ସେମାନଙ୍କୁ ଉପଯୁକ୍ତ ବିହନ ଯୋଗାଇ ପାରୁନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ଆଦରି ବସି ରହିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0