ପୁରୀ : ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣର ଚନ୍ଦ୍ର-ସୂର୍ୟ୍ୟ ଦାନ କରିଛନ୍ତି ଭକ୍ତ ପଦ୍ମଚରଣ ପାତ୍ର। ଭୁବନେଶ୍ବର ଭକ୍ତ ଶ୍ରୀ ପାତ୍ର ପରିବାର ସହ ଆସି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ଦାନ କରିଛନ୍ତି। ଶ୍ରୀ ପାତ୍ର ତିନି ଠାକୁରଙ୍କ ପାଇଁ ତିନିହଳ ସୁବର୍ଣ୍ଣର ଚନ୍ଦ୍ର-ସୂର୍ୟ୍ୟ ଦାନ କରିଛନ୍ତି। ଯାହା ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ବି ହୋଇଛି। ଏହି ଚନ୍ଦ୍ର-ସୂର୍ୟ୍ୟରେ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର କରାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀଜିଉଙ୍କୁ ଏହି ନୂତନ ଚନ୍ଦ୍ର-ସୂର୍ୟ୍ୟ ଲାଗି ହେବ ବୋଲି ମନ୍ଦିର ପ୍ରଶାସନ କହିଛି। ଏହି ଅବସରରେ ମୁଖ୍ୟ ପ୍ରଶାସକ ଶ୍ରୀ ପାତ୍ରଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ସମ୍ମାନିତ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0