spot_img

ପ୍ରବଳ ବର୍ଷାରେ ଭୁଷୁଡ଼ିଲା ଧାମରା ବନ୍ଦର ପାଚେରି

ଚାନ୍ଦବାଲି: ଲଗୁଚାପଜନିତ ବର୍ଷା ହେତୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବେହାଲ ପରିସ୍ଥିତ ସୃଷ୍ଟି ହୋଇଛି । ଧାମରା ବନ୍ଦର କମ୍ପାନିର ୬୦ଫୁଟର ପାଚେରି ଭୁଷୁଡ଼ି ପଡ଼ିଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଧାମରା ବନ୍ଦର ଉତ୍ତର ପଟ ରବୀନ୍ଦ୍ର ନଗର ଗାଁ ସୀମାକୁ ଲାଗିରହିଥିବା ଏହି ପାଚେରି ପ୍ରବଳ ବର୍ଷାରେ ଆଜି ଅପରାହ୍ନରେ ଭୁଷୁଡ଼ି ପଡ଼ିଛି । ବର୍ଷା ସମୟରେ ପାଚେରି ନିକଟରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି । ତେବେ ପାଚେରି କାର୍ୟ୍ୟ ଅତି ନିମ୍ନ ମାନର ଓ ବହୁ ପୁରୁଣା ହୋଇଯାଇଥିବାରୁ ପାଚେରିର ମୁଳଦୁଆରେ ରଡ଼ ବାହାରି ପଡ଼ିଛି । ତେବେ ଦିନକୁ ଦିନ ଦୁର୍ବଳ ହୋଇଯାଇଥିବା ପାଚେରି ଲଘୁଚାପ ବର୍ଷାରେ ଭୁଷୁଡ଼ି ପଡ଼ିଥିବା ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular