spot_img

ସ୍ବର୍ଗତ ଡି. ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ :  ସ୍ବର୍ଗତ ରାଓଙ୍କ ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡି. ପ୍ରକାଶ ରାଓଙ୍କ ପରିବାର ସହ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାର ଗୌରବ ଥିଲେ ଡି. ପ୍ରକାଶ ରାଓ । ପ୍ରକାଶ ରାଓଙ୍କୁ ବଣମଲ୍ଲି ସହ ତୁଳନା କଲେ । ଦୀର୍ଘ ସମୟ ଧରି ନିଜ ବେଉସାରୁ ପଇସା ବଞ୍ଚାଇ କିଭଳି ସମାଜ ସେବା କରିବାରେ ସଫଳ ମଣିଷ ପାଲଟିଥିଲେ, ପ୍ରଧାନମନ୍ତ୍ରୀ ତାଙ୍କୁ ଚିହ୍ନି ପାରିଥିଲେ । ଭାରତର ଉଚ୍ଚତମ ସମ୍ମାନରେ ସମ୍ମାନୀତ କରିଥିଲେ । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular