spot_img

ବଡ ପରଦାରେ ରିଲିଜ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ‘ଦିଲ ବେଚାରା’

ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ପ୍ରଥମେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ରିଲିଜ ହେବା ପରେ ପରେ ହିଁ ଏହି ଫିଲ୍ମ ଡିଜନୀ ହଟଷ୍ଟାରରେ ଅନେକ ରେକର୍ଡ କରିଥିଲା । ତେବେ ଅକ୍ଟୋବର ୧୫ରୁ ଅନେକ ସିନେମା ହଲ ଓ ମଲ୍ଟିପ୍ଳେକ୍ସ ଖୋଲିବାର ସମ୍ଭାବନା ରହିଛି । ଏହାକୁ ଦେଖି ଫିଲ୍ମର ନିର୍ମାତା ଏହାକୁ ବଡ ପରଦାରେ ରିଲିଜ କରିବା ପାଇଁ ନିଷ୍ପତି ନେଇଥିଲେ । ଏପରି ହେବା ଦ୍ୱାରା ଥିଏଟର ମାଲିକଙ୍କ ରୋଜଗାର ପୁଣିଥରେ ଫେରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ‘ଇନ୍ଦୁ କି ଯବାନୀ’, ‘ଟେନେଟ’ ଭଳି ଅନେକ ବଡ ଫିଲ୍ମ ପରଦାରେ ରିଲିଜ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular