spot_img

ଏନ୍‌ସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅବ୍ୟବସ୍ଥା

ବିକାଶର ଶେଷ ପର୍ଯ୍ୟାୟରେ ବି ଶିକ୍ଷା ଭିର୍ତ୍ତଭୂମି ଏମିତି ଏନସି ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ଥିବା ପାଠ ପଢିବାର ଆଗ୍ରହ ଆଜି ଧୂଳିସାତ ହେଇଛି । ମହାବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଏବେ ବଣ ଭିତରେ। ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଆବଶ୍ୟକତା ଶୌଚାଳୟ ନାହିଁ କି ପାନୀୟଜଳ ବ୍ୟବସ୍ଥା ନାହିଁ।  ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ରାଜ୍ୟର ବଡ଼ବଡ଼ ପାହ୍ୟାରେ କାର୍ଯ୍ୟରତ ତ ଆଉ କିଏ ଦେଶ ବିଦେଶରେ ପ୍ରତିଷ୍ଠିତ। ହେଲେ ଏହି ଆଦର୍ଶ ଶିକ୍ଷାନୁଷ୍ଠାନ ଏବେ ଭୂତକୋଠି ପାଲଟିଛି। ଶ୍ରେଣୀ ଗୃହରେ ମଦ ବୋତଲ, ଗ୍ଲାସ ସାଙ୍ଗକୁ ବିଭିନ୍ନ ଆପତ୍ତିଜନକ ଜିନିଷ ପଡ଼ି ଥିବା ଦେଖିବାକୁ ମିଳିଛି। ଖୋଦ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ନିଜକୁ ଅସହାୟ ମନେ କରୁଛନ୍ତି। ୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ମହାବିଦ୍ୟାଳୟରେ ଭଙ୍ଗା ଚେୟାରଟେବୁଲର ମରାମତି ହେଉନାହିଁ। ମୁଣ୍ଡ ଉପରେ ଭଙ୍ଗା ଫଙ୍ଖା ଝୁଲୁଥିବା ବେଳେ କ୍ଲାସ୍‌ ରୁମ ଭିତରେ ଗଛଲଟା ମାଡ଼ିଗଲାଣି। ଦିନ ସମୟରେ ମଧ୍ୟ କଲେଜରେ ରାତିର ଭ୍ରମ ସୃଷ୍ଟି ହେଉଛି। ପୂର୍ତ୍ତ ବିଭାଗ ପକ୍ଷରୁ ୱାସ୍‌ ବେସିନ ଓ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଜଳ ସଂଯୋଗ ହୋଇନଥିବାରୁ ତାହା ଏବେ ଡଷ୍ଟବିନ ପାଲଟିଛି।କଲେଜରେ ଥିବା ଏକମାତ୍ର ନଳକୂଅ ବି ମରାମତି ହେଉନାହିଁ। ଗାର୍ଲସ କମନରୁମରେ କବାଟ ନାହିଁ। ଏସଂପର୍କରେ କଲେଜ ଅଧ୍ୟକ୍ଷ ଫକୀର ‌ମୋହନ ମଲିକଙ୍କୁ ପଚାରିବାରୁ କଲେଜରେ ମରାମତି ଓ ସଫେଇ ପାଇଁ ଅର୍ଥ ନାହିଁ ବୋଲି କହିବା ସହ ଅସହାୟତା ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ ଗୃହ ନିର୍ମାଣ ଚାଲିଛି, ସରିଲେ ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular