spot_img

ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି

ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଣିକି ବିଦେଶରୁ ଫେରୁଥିବା ବିମାନଯାତ୍ରୀ ସରକାରୀ କ୍ୱାରେନଟିନରେ ରହିବା ବାଧ୍ୟତାମୂଳକ ନୁହେଁ । କରୋନା ନେଗେଟିଭ ରିପୋର୍ଟ ଦେଖାଇ ନିଜ ଘରକୁ ଯାଇପାରିବେ ଯାତ୍ରୀ । କିନ୍ତୁ ଯାତ୍ରୀଙ୍କୁ ଯାତ୍ରାର ୯୬ଘଣ୍ଟା ପୂର୍ବରୁ ପରୀକ୍ଷା କରିଥିବା ଦରକାର । ଏହି ନୂଆ ଗାଇଡଲାଇନ ଅଗଷ୍ଟ ୮ ତାରିଖରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରସରକାର । ଗର୍ଭବତୀ, ଗୁୁରୁତର ଆହାତ, ରୋଗୀ ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ପାଇଁ ଭାରତ ଫେରୁଥିବା ଯାତ୍ରୀ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଦେଖାଇ ୧୪ ଦିନ ଘରୋଇ ସଙ୍ଗରୋଧରେ ରହିପାରିବେ । ପୂର୍ବରୁ ବିଦେଶରୁ ଭାରତ ଫେରୁଥିବା ଯାତ୍ରୀ ୭ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଏବଂ ଅନ୍ୟ ୭ଦିନ ଘରୋଇ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡୁଥିଲା । ଏବେ ଯାତ୍ରୀ ଚାହିଁଲେ ୧୪ ଦିନ ଘରୋଇ ସଙ୍ଗରୋଧରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular