ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ୨୦୨୧ ର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଡୋନାଲଡ୍ ଟ୍ରମ୍ପଙ୍କୁ ଚୟନ କରାଯାଇଛି । ଆମେରିକା ମିଡ଼ିଆ ଅନୁସାରେ ନରୱେ ସଂସଦର କ୍ରିଷ୍ଟିଅନ୍ ତାଇବ୍ରିଙ୍ଗ ତରଫରୁ ଟ୍ରମ୍ପଙ୍କୁ ବଛାଯାଇଛି । ସେ ଡୋନାଲଡ୍ ଟ୍ରମ୍ପଙ୍କର ଅନେକ ପ୍ରଶଂସା କରିଥିଲେ । ଫକ୍ସ ନ୍ୟୁଜର କହିବାନୁସାରେ ଟାଇବ୍ରିଙ୍ଗ କହିଛନ୍ତି କି ଡୋନାଲଡ୍ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଥିବା ଶତ୍ରୁତାକୁ ଶେଷ କରିଛନ୍ତି । ଯାହାକି ଯେକୌଣସି ଶାନ୍ତି ପୁରସ୍କାର ପାଇଁ ଯଥେଷ୍ଟ । କ୍ରିଷ୍ଟିଅନ୍ ତାଇବ୍ରିଙ୍ଗ୍ ନରୱେ ସଂସଦରେ ଚାରିଥର ସଦସ୍ୟ ରହିବା ସହ ନାଟୋର ସଂସଦର ସଦସ୍ୟ ଅଛନ୍ତି । ଆହୁରି ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ଥିବା ଜମ୍ମୁ –କଶ୍ମୀରକୁ ନେଇ ବିବାଦ ସମାଧାନ ପାଇଁ ଚେଷ୍ଟା, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଥିବା ଶତ୍ରୁତାର ସମାଧାନ ଓ ଉତ୍ତର କୋରିଆ ଦ୍ୱାରା ପରମାଣୁ ଅସ୍ତ୍ର ମାମଲାର ସମାଧାନ ଟ୍ରମ୍ପ କରିଛନ୍ତି ବୋଲି ଟାଇବ୍ରିଙ୍ଗ୍ ଦାବି କରିଛନ୍ତି । ସୂଚନାଯୋଗ୍ୟ କି ଏହି ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏହି ନୋମିନେସନ ତାଙ୍କ ପାଇଁ ଲାଭଦାୟୀ ହେବ । ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0