ଭୁବନେଶ୍ୱର: ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ଟକାଦାନର ଦ୍ୱିତୀୟ ଦିନରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟକ୍ତି ଗୁରୁପ୍ରସାଦ ଶତପଥୀ ଆଜି ଟିକା ନେଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ଡ୍ରେସର ଭାବେ କାମ କରନ୍ତି ଗୁରୁପ୍ରସାଦ । ଆଜି କ୍ୟାପିଟାଲ ହସ୍ପିଟାଲରେ ୨୦୦ରୁ ୩୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଟିକାକରଣର ପ୍ରଥମ ଦିନରେ ୧୫୬ ଜଣ ଟିକା ନେଇଥିଲେ । ସେମାନଙ୍କ ପାଖରେ କିଛି ପାଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । କ୍ୟାପିଟାଲ ହସ୍ପିଟାଲକୁ କୋଭାକ୍ସିନର ୧୦ ହଜାର ଡୋଜ୍ ଆସିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ସେପଟେ ରାଜ୍ୟରେ ଦ୍ୱିତୀୟ ଦିନରେ ୩୮୦ ସେସନ ମାଧ୍ୟମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜିଠୁ ୨୫ ତାରିଖ ପର୍ୟ୍ୟନ୍ତ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । ୧୯ ତାରିଖରେ ୧୯୨ଟି ସେସନରେ ହେବ ଟିକାକରଣ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0