spot_img

ଏଲଓସି ଏଲଏସି ଉପରେ କଡା ନଜର, ସୀମାରେ ଗଠିତ ହେଲା ଡିଆରଡିଓ ଲ୍ୟାବ

ନୂଆଦିଲ୍ଲୀ: ସୀମାରେ ବଢିବ ଗବେଷଣା । ଏଲଓସି – ଏଲଏସି ଉପରେ କଡା ନଜର ରଖିବ ଭାରତ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ଥିବା ୨ ଟି ଲ୍ୟାବକୁ ମିଶାଇ ଏକ ବଡ ଲ୍ୟାବ କରାଯାଇଛି । ଏହି ଲ୍ୟାବ ଅରୁଣାଚଳ ପ୍ରେଦଶ ଠାରୁ ଆରମ୍ଭ କରି ଲଦାଖ ଅଞ୍ଚଳରେ ଗବେଷଣା କରିବ । ଏଥିସହ ଏସବୁ ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମାରେ ହେଉଥିବା ଶତ୍ରୁ କାର୍ଯ୍ୟକଳାପ ଉପରେ ମଧ୍ୟ ତୀକ୍ଷ୍ନ ଦୃଷ୍ଟି ରଖିବାକୁ ସକ୍ଷମ ହେବ । ଡିଆରଡିଓ ପକ୍ଷରୁ ମନାଲିଠାରେ ଥିବା ବରଫ ଏବଂ ହିମସ୍ଖଳନ ଅଧ୍ୟୟନ ସଂସ୍ଥା ଏବଂ ଦିଲ୍ଲୀରେ ଥିବା ରକ୍ଷା ଭୂଭାଗ ଗବେଷଣା ପ୍ରୟୋଗଶାଳାକୁ ମିଶାଇ ଡିଫେନ୍ସ ଜିଓ ଇନଫରମେଟିକ୍ସ ରିସର୍ଚ୍ଚ ଏଷ୍ଟ୍ରେବ୍ଲିସମେମ୍ଟ ସ୍ଥାପନା କରାଯାଇଛି । ଏହି ଲ୍ୟାବ ପାକିସ୍ତାନ ଏବଂ ଚାଇନାର ପ୍ରତିଟି କାର୍ଯ୍ୟଉପରେ ଦୃଷ୍ଟି ରଖି ପାରିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular