ନୂଆଦିଲ୍ଲୀ : ଆସନ୍ତା କାଲି ଠାରୁ ସମଗ୍ର ଦେଶରେ କରୋନା ଭ୍ୟାକସିନର ଡ୍ରାଏ ରାନ୍ । କରୋନା ପାଇଁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନପେରନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଦନ । ଆଲୋଚନା ପରେ ଶ୍ରୀ ହର୍ଷବର୍ଦ୍ଦନ କହିଛନ୍ତି ଟିକାକରଣ ପ୍ରାରମ୍ଭରେ କୋଭିଡ୍ ଯୋଦ୍ଦା ମାନଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ଟିକା ପ୍ରସ୍ତୁତରେ ସାମିଲ ହୋଇଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ସେ ସଲାମ୍ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଦନ କହିଛନ୍ତି କରୋନା କଟକଣା ଠାରୁ ଆରମ୍ଭ କରି ଭ୍ୟାକସିନ ପ୍ରସ୍ତୁତ ପର୍ୟ୍ୟନ୍ତ ଆମକୁ ଅନେକ ବନ୍ଧୁର ପଥ ଅତିକ୍ରମ କରି ସାରିଛୁ । ଭାରତରେ ପାଖା ପାଖି ୩୦ ଟି କମ୍ପାନୀ ଭ୍ୟାକସିନ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ତାହା ମଧ୍ୟରୁ ୭ କମ୍ପାନୀର ଭ୍ୟାକସିନ ଟ୍ରଏଲ ଫେଜରେ ରହିଛି । ଯାହା ମଧ୍ୟରୁ ୨ ଟି ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ଏହି ୨ ଟି ଟିକାକୁ ଲୋକଙ୍କ ପାଖରେ ଖୁବଶୀଘ୍ର ପହଂଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । ଏନେଇ ଆସନ୍ତାକାଲି ଠାରୁ ପୁରା ଦେଶରେ ଡ୍ରାଏ ରନ୍ ଆରମ୍ଭ କରାଯିବ । ଡ.ହର୍ଷବର୍ଦ୍ଦନ କହିଛନ୍ତି କି ପ୍ରଥମେ ୨୮ ଓ ୨୯ ଡିସେମ୍ବରେ ୪ ଟି ରାଜ୍ୟରେ ଡ୍ରାଏ ରନ୍ କରାଇଥିଲୁ । ଏହାପରେ ଜାନୁଆରୀ ୨ ତାରିଖରେ ଦେଶର ସମସ୍ତ ରାଜ୍ୟର ୨୮୫ ଜିଲ୍ଲାରେ ଡ୍ରାଏ ରନ୍ କରାଯାଇଥିଲା । ଏହାସହ ଆସନ୍ତା କାଲି ଦେଶର ୩୩ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ (ହରିଆଣା, ହିମାଞ୍ଚଳ ଓ ଅରୁଣାଚଳ ପ୍ରଦେଶ ବ୍ୟତିତ) ରେ ଡ୍ରାଏ ରନ୍ କରାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0