ଦୁବାଇ: ଦୁବାଇରେ କରୋନା ଟିକା ନେବାକୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆରବ ଏମିରେଟସ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି l ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଛି l ସଂଯୁକ୍ତ ଆରବ ଏମିରେଟ୍ସରେ ଏକ କୋଟି ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ ୨୫ ଲକ୍ଷ ଲୋକଙ୍କୁ ପ୍ରଥମ ଟିକା ଦିଆଯାଇଛି l ଆଉ ଦୁବାଇର ରେଷ୍ଟୁରାଣ୍ଟମାନେ ଏବେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଉପରେ ରିହାତି ଦେବାରେ ଲାଗିଛନ୍ତି l ପ୍ରଥମ ଟିକା ନେବା ପରେ ୧୦ ପ୍ରତିଶତ ଓ ଦ୍ଵିତୀୟ ଟିକା ନେବା ପରେ ୨୦ ପ୍ରତିଶତ ରିହାତି ଦିଆଯାଉଛି l



Visitors Today : 4
Total Visitors : 130173
Total Views : 9891620
Visitors Online Now : 0