କଟକ: ବାଦାମବାଡି ପୋଲିସ ଚଢ଼ାଉ କରି ମୋନାଲିସା ହୋଟେଲ ପଛପଟେ ଥିବା ମୁନଲାଇଟ୍ ଲେନରେ ଏହି ନକଲି ଘିଅ କାରଖାନା ଠାବ କରିଛି।ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ ନାଁରେ ଘିଅରେ ଅପମିଶ୍ରଣ କରାଯାଉଥିଲା। ମୋନାଲିସା ହୋଟେଲ ପଛପଟେ ଥିବା ମୁନ ଲାଇଟ୍ ଲେନର ପ୍ରାୟ ଆଠଟି ଘରେ ଏହି ନକଲି ଓ ଅପମିଶ୍ରଣ ଘିଅ କାରବାର ଚାଲିଥିଲା।
ଘଟଣାସ୍ଥଳରେ ଫୁଡ୍ ସେଫ୍ଟି ବିଭାଗ ଓ ଓଜନ ମାପ ବିଭାଗ ପହଞ୍ଚି ଯାଞ୍ଚ କରିଛନ୍ତି।ପ୍ରାଥମିକ ଭାବେ ଏଠାରେ ବେଆଇନ ଭାବେ ଏପରି ଘିଅ ପ୍ୟାକେଜିଂ ହେଉଥିବା ଜଣାପଡିଛି ବୋଲି ଓଜନ ଓ ମାପ ବିଭାଗ କହିଛି।ଏହି ସ୍ଥାନରେ ପ୍ରାୟ ଆଠରୁ ଦଶଟି ଘର ଭଡା ନେଇ ଏପରି ନକଲି କାରବାର ଚାଲୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0