spot_img

ପୁଣି ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକରୁ ପୁଣି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ । ଭଦ୍ରକ ପୁରୁଣା ବଜାର ପୋଲିସ ପକ୍ଷରୁ ଚଢାଉ କରାଯାଇ ନକଲି ଜର୍ଦ୍ଦା ଜବତ କରାଯାଇଛି । ପୁରୁଣା ବଜରା ଥାନା ବଡ଼ ଶଙ୍କରପୁର ନିକଟରେ ଏକ ଘର ଭିତରେ ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉଥିଲା । ପୋଲିସ ଖବର ପାଇ ସଂପୃକ୍ତ ଘରେ ଚଢାଉ କରିଥିଲା । ଚଢାଉ କରି ଘର ଭିତରୁ ବେଆଇନ ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ତେବେ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ସେକ ସାହିଦ କାଦରୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular