spot_img

ପୂଜା ଗାଇଡ଼୍ ଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପୂଜା ପାଇଁ ଗାଇଡ ଲାଇନ୍ ଜାରି କଲେ ରାଜ୍ୟ ସରକାର । ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଳନ ନେଇ ଗାଇଡ଼ଲାଇନ୍ ଜାରି ହୋଇଛି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ସମସ୍ତ ପର୍ବପର୍ବାଣୀ ପାଇଁ ଗାଇଡ୍ଲାଇନ୍ ଜାରିହୋଇଛି । ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ, ଟ୍ୱିନ ସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡ଼ା । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇପାରିବ । ପୂଜାରେ ଗହଳି ନିଷେଧ ସହ ସାଧାରଣ ଲୋକ ଭାଗ ନେବେନି । ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ । ଏମିତି ବନ୍ଦ ରହିବ, ଯେମିତି ସାଧାରଣ ଲୋକ ଯେମିତି ପ୍ରତିମା ଦେଖି ପାରିବେନି । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ଫୁଟରୁ କମ ରହିବ । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣକୁ ମିଶାଇ ୭ ଜଣରୁ ଅଧିକ ରହିବେନି । ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ନିୟମ ମାନିବାକୁ ବାଧ୍ୟ । ଭସାଣ ଉତ୍ସବ ହେବନି । କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । କୌଣସି ସଙ୍ଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇପାରିବନି । ଗାଇଡ଼ଲାଇନ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ, ଏପିଡେମିକ ଆକ୍ଟ ଅନୁସାରେ ହେବ ଦଣ୍ଡ ବିଧାନର କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular