spot_img

ଭୁବନେଶ୍ୱରରେ ହେବ ଆଡ଼ମ୍ବରଶୂନ୍ୟ ଦୁର୍ଗା ପୂଜା

ଭୁବନେଶ୍ୱର: ଭୁବନେଶ୍ୱରରେ ଚଳିତ ବର୍ଷ ଆୟୋଜିତ ହେବ ଆଡ଼ମ୍ବର ଶୂନ୍ୟ ଦୁର୍ଗା ପୂଜା । ମହାମାରୀ କରୋନା ଯୋଗୁଁ ଏଥର କଟକଣା ଯୁକ୍ତି ପୂଜା ପାଇଁ ନିଷ୍ପତ୍ତି ହୋଇଛି । ବିନା ସାଜସଜାରେ କେବଳ ମଣ୍ଡପରେ ଦୁର୍ଗା ପୂଜା କରାଯିବ । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇପାରିବେ ନାହିଁ । କି ଭକ୍ତମାନେ ମାଆଙ୍କୁ ପୂଜା କରିବା ପାଇଁ ମଣ୍ଡପକୁ ଆସି ପାରିବେ ନାହିଁ ଭକ୍ତ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହାସହ ଚଳିତ ବର୍ଷ ରାବଣ ପୋଡ଼ି ହେବ ନାହିଁ । କି ଆଡ଼ମ୍ବର ପୂର୍ଣ୍ଣ ଭସାଣୀ ଉତ୍ସବ କରାଯିବ ନାହିଁ । ପୂଜା କମିଟି ସଦସ୍ୟ ମାନେ ଚାନ୍ଦା ଆଦାୟ କରି ପରିବେ ନାହିଁ । ଯାହାର ଯେତିକି ଇଛା ହେବସେ ସେତିକି ଦେବେ । ମୂତ୍ତିର ଉଚ୍ଚତା ୪ରୁ ୫ଫୁଟ ମଧ୍ୟରେ ହେବ । କେବଳ ମୂର୍ତ୍ତି ବିସର୍ଜନ କରାଯିବ । ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular