ଆପଣ ଜାଣନ୍ତି କି ଜରୁରୀ ଠାରୁ ଅଧିକ ଅଣ୍ଡା ଖାଇବା ମଧ୍ୟ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ । ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିସତ ବଢିପାରେ । ଏହା ବ୍ରିଟିଶ୍ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶ ପାଇଛି ।
ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ବେସ୍ ହୀତକର ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ଅଣ୍ଡାକୁ ଖୁବ କମ ସମୟ ମଧ୍ୟରେ ରନ୍ଧା ଯାଇପାରୁଥିବାରୁ ଏହାର ଚାହିଦା ମଧ୍ୟ ଆକାଶ ଛୁଆଁ । ଏଥିରେ ପ୍ରୋଟିନ୍, ମିନେରାଲ୍ସ୍, ଭିଟାମିନ୍ ଭଳି ପୋଷକ ଭରପୁର ଥାଏ ।
ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ ।
ବିଶ୍ବରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଡଐଙର ତଥ୍ୟ ଅନୁଯାୟୀ ବିଶ୍ବରେ ପ୍ରାୟ ୬ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଏବଂ ଏହି ସଂଖ୍ୟା ଦିନକୁ ଦିନ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0